ଓଡ଼ିଶାଲାଇଭ୍ ବ୍ୟୁରୋ

ପିରିୟଡସ୍ ବା ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କେତେକ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେଉନାହାନ୍ତି, ଆଉ ଏହି କାରଣରୁ ସେମାନଙ୍କ ଜୀବନ ବିଭିନ୍ନ ପ୍ରକାରରେ ପ୍ରଭାବିତ।

ତେଣୁ ପିରିୟଡସ୍‌ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସମାଜରେ ସଚେତନତା ଆଣିବା ଲାଗି ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କ ଏବଂ ଆଇଏଫ୍‌ଆଇ ଫାଉଣ୍ଡେସନର ମିଳିତ ବିଶେଷ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’।

ଏହି ଅଭିଯାନ ଅଧୀନରେ ମେ’ ୨୭ ତାରିଖ ଶନିବାର, ଦିନ ୧ଟା ସମୟରେ ପିରିୟଡସ୍ ସମ୍ଵନ୍ଧୀୟ ଏକ ଟକ୍‌-ସୋ’ ଓଡ଼ିଶାଲାଇଭ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେବ। ଏହି ଟକ୍‌-ସୋ’ରେ ଗୋଟିଏ ମଞ୍ଚରେ ଏକାଠି ହେବେ ଡାକ୍ତର, ଯୁବକ-ଯୁବତୀ, ସ୍ଵେଚ୍ଛାସେବୀ ଏବଂ ମିଡିଆ।

ଏହି ଅଭିଯାନରେ ସାମିଲ ହୁଅନ୍ତୁ। ପିରିୟଡସ୍ କ’ଣ?, ପିରିୟଡସ୍ କାହିଁକି ହୁଏ?, ପିରିୟଡସ୍‌ରେ ଅନିୟମିତତା, ପିରିଡୟସ୍‌ ବେଳେ ସଫାସୁତୁରା କେମିତି ରହିବେ? ଭଳି ଆପଣଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପାଆନ୍ତୁ।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll #Period #MenstrualHygieneDay #ଋତୁସ୍ରାବ #ପିରିୟଡସ୍  

LEAVE A REPLY

Please enter your comment!
Please enter your name here