ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପିରିୟଡସ୍ ସଚେତନତା ସମ୍ପର୍କୀତ ଟକ୍-ସୋ’ ‘ଆସ ପିରିୟଡସ୍ ବିଷୟରେ କଥା ହେବା’ ଭିଡିଓ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବାର ମାତ୍ର ୫ ଦିନରେ ଲକ୍ଷେ ଭିୟୁ ଟପିଛି।

ପିରିୟଡସ୍ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କ ଏବଂ ଆଇଏଫ୍‌ଆଇ ଫାଉଣ୍ଡେସନର ମିଳିତ ବିଶେଷ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥାହେବା’।

ଏହି ଅଭିଯାନ ଅନ୍ତର୍ଗତ ପିରିୟଡସ୍ ସମ୍ବନ୍ଧୀୟ ଏକ ଟକ୍-ସୋ’ର ଆୟୋଜନ କରାଯାଇଥିଲା। ଏଥିରେ ଡାକ୍ତର, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ଏବଂ ମିଡିଆ ପ୍ରତିନିଧି ପିରିୟଡସକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ଉପଲକ୍ଷେ ମେ’ ୨୭ ତାରିଖରେ ପିରିୟଡସକୁ ନେଇ ପ୍ରସ୍ତୁତ ଟକ୍-ସୋ’ର ଭିଡିଓ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା।

ଏହି ଭିଡିଓଟି ପୋଷ୍ଟ ହେବାର ମାତ୍ର ୫ ଦିନ ମଧ୍ୟରେ ଭିୟୁ ଏକ ଲକ୍ଷ ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଭିଡିଓଟିକୁ ୧୦ ହଜାର ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶକ ଦେଖିଛନ୍ତି ଏବଂ ୧,୪୦୦ ଲାଇକ୍ ସହ ୮୪ରୁ ଅଧିକ କମେଣ୍ଟ ମିଳିଛି।

ଏହି ଭିଡିଓକୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

ପିରିୟଡସ୍ ଲାଜ ବା ସଙ୍କୋଚ କରିବାର ବିଷୟ ନୁହେଁ, ଏହା ନାରୀ ଜୀବନର ଏକ ଅଂଶ। ଆଜିର ଦିନରେ ପରିୟଡସ୍ ବିଷୟରେ ଖୋଲାଖୋଲି ଭାବେ କଥା ହେବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ସମୟ ଆସିଛି।

ପିରିୟଡସକୁ ନେଇ ଆପଣମାନଙ୍କ ମନରେ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଏହି ଟକ୍-ସୋ’ରେ ରହିଛି। ଏହାକୁ ନେଇ ଯଦି ଆପଣମାନଙ୍କ ମନରେ କୌଣସି ପ୍ରଶ୍ନ ରହିଛି ତେବେ ନିଶ୍ଚିତ ଭାବେ ଏହି ଭିଡିଓଟିକୁ ଦେଖନ୍ତୁ। ଭିଡିଓଟି ଭଲ ଲାଗିଲେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।

ଗାଁ ଗହଳିରେ ରହିଥିବା କିଶୋରୀ ଏବଂ ମହିଳାମାନଙ୍କୁ ପିରିୟଡସ୍ ସମ୍ପର୍କରେ ସଚେତନ କରିବା ନିମନ୍ତେ ଅଧିକରୁ ଅଧିକ ଏହି ଭିଡିଓଟିକୁ ସେୟାର କରି ଏହି ଅଭିଯାନର ଭାଗିଦାରୀ ହୁଅନ୍ତୁ।

ପିରିୟଡସକୁ ନେଇ ଯଦି କୌଣସି ସମସ୍ୟା ରହିଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Tags: #MHDAY2023 #TalkShow #LetsTalkAboutPeriods #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

Comment