ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମ୍ୟାଚ। ଇଂଲଣ୍ଡର ଓଭଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଉଭୟ ଦଳ ବାଲେଶ୍ଵର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିପାଇଁ ଉଭୟ ଟିମର ଖେଳାଳିମାନେ ହାତରେ କଳା ବ୍ୟାଣ୍ଡ ବାନ୍ଧି ମ୍ୟାଚ ଖେଳିଛନ୍ତି।

ବୁଧବାର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆର ଖେଳାଳିମାନେ କଳା ବ୍ୟାଣ୍ଡ ବାନ୍ଧି ପଡ଼ିଆରେ ପ୍ରବେଶ କରିଥିଲେ। ମ୍ୟାଚରେ ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାଛଡ଼ା ଖେଳାଳିମାନେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଅରୋଗ୍ୟ କାମନା କରିଥିଲେ।

ଖେଳାଳିଙ୍କ ସହ ଷ୍ଟାଡିୟମରେ ଥିବା ଦର୍ଶକମାନେ ମଧ୍ୟ ନୀରବ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା। ଏଠାରେ ଜାତୀୟ ସଙ୍ଗୀତ ସରିବାପରେ ମ୍ୟାଚରେ ମଧ୍ୟ ଦୁଇ ଦଳର ସବୁ ଖେଳାଳି କଳା ବ୍ୟାଣ୍ଡ ବାନ୍ଧି ଖେଳିବାକୁ ଆସିଥିଲେ। ଏବେ ଡବ୍ଲୁଟିସି ଫାଇନାଲ୍ ମ୍ୟାଚର ୫ ଦିନ ଯାଏଁ ସବୁ ଖେଳାଳି ଏହି କଳା ବ୍ୟାଣ୍ଡ ବାନ୍ଧି ଖେଳିବେ।

ଏହି ଡବ୍ଲୁଟିସି ଫାଇନାଲ୍ ମ୍ୟାଚରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି। ଉଭୟ ଦଳର ଅଧିନାୟକ ରୋହିତ ଶର୍ମା ଓ ପ୍ୟାଟ କମିନ୍ସଙ୍କ ଏହା ୫୦ତମ ଆନ୍ତର୍ଜାତୀୟ ମ୍ୟାଚ। ଏଥିରେ ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁକାବିଲାଟି  ଜୁନ୍ ୧୨ ତାରିଖ ଯାଏଁ ଖେଳାଯିବ।

Tags: #ICCWorldTestChampionship #FinalMatch #IndiavsAustralia #BahanagaTrainTragedy

LEAVE A REPLY

Please enter your comment!
Please enter your name here