ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିକ୍ସ ସହ ଯୋଡ଼ି ହେବାକୁଯାଉଛି ୬ଟି ନୂଆ ଦେଶ। ଆଗକୁ ବ୍ରିକ୍ସର ନାଁ ହେବ ବ୍ରିକ୍ସ ପ୍ଲସ୍। ଏ ନେଇ ଦକ୍ଷିଣ ଆଫ୍ରିକାର ଜୋହନସବର୍ଗଠାରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଗୁରୁବାର ଦିନ ଘୋଷଣା କରିଛନ୍ତି ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା। ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ।
ବ୍ରାଜିଲ, ରୁଷ, ଇଣ୍ଡିଆ, ଚିନ ଏବଂ ସାଉଥଆଫ୍ରିକା ଆଦି ୫ଟି ଦେଶକୁ ନେଇ ବ୍ରିକ୍ସର ନାମକରଣ ହୋଇଥିଲା। ଏଥିରେ ଆଉ ୬ଟି ନୂଆ ଦେଶ ଏଥିରେ ସାମିଲ ହେବାକୁ ଥିବାରୁ ବ୍ରିକ୍ସକୁ ଆଗକୁ ବ୍ରିକ୍ସ ପ୍ଲସ କୁହାଯିବ। ବ୍ରିକ୍ସ ପ୍ଲସରେ ରହିବେ ମୋଟ ୧୧ଟି ଦେଶ।
ରାଷ୍ଟ୍ରପତି ରାମଫୋସା କହିଛନ୍ତି ଯେ, ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିୟା, ଇରାନ, ସାଦୁଦୀ ଆରବ ଏବଂ ୟୁନାଇଡେଟ ଆରବ ଏମିରେଟ୍ସକୁ ବ୍ରିକ୍ସରେ ସ୍ଥାୟୀ ସଦସ୍ୟ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ଦେଶଗୁଡ଼ିକର ସଦସ୍ୟତା ଆସନ୍ତା ୨୦୨୪ ମସିହା ଜାନୁଆରି ପହିଲାରୁ ଲାଗୁ ହେବ।
ବ୍ରିକ୍ସରେ ସାମିଲ ହେବାପାଇଁ ପ୍ରାୟ ୪୦ଟି ଦେଶ ଆଗ୍ରହ ପ୍ରକାଶ କରିଥିବାବେଳେ ୨୩ଟି ଦେଶ ସଦସ୍ୟତା ପାଇଁ ଆବେଦନ କରିଥିବା ରାମଫୋସା କହିଛନ୍ତି।
Tags: #BRICS #BRICKSPLUS #BRICSSummit #SouthAfrica


















