ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୂର୍ଯ୍ୟର ରହସ୍ୟ ଉପରୁ ପରଦା ହଟାଇବ ଇସ୍ରୋର ମିଶନ ‘ଆଦିତ୍ୟ ଏଲ୍-ୱାନ’
  • ଶ୍ରୀହରିକୋଟାର ସତିଶ ଧୱନ ସ୍ପେସ ସେଣ୍ଟରରୁ ଆଜି ଦିନ ୧୧ଟା ୫୦ରେ ଲଞ୍ଚ

ଆଜି ଇସ୍ରୋ ଆରମ୍ଭ କରିବ ନିଜର ସୂର୍ଯ୍ୟ ମିଶନ। ଶନିବାର ଦିନ ୧୧ଟା ୫୦ ସମୟରେ ସୂର୍ଯ୍ୟ ଅଭିମୁଖେ ଲଞ୍ଚ ହେବ ‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ କରାଯିବ। ଏନେଇ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟକୁ ଇସ୍ରୋ ନିଜର ‘ପିଏସଏଲଭି ଏକ୍ସଏଲ’ ରକେଟ ମାଧ୍ୟମରେ ଲଞ୍ଚ କରିବ। ଉତକ୍ଷେପଣ ହେବା ପରେ ଏହା ଇଲିପ୍ଟିକାଲ କକ୍ଷରେ ପୃଥିବାର କିଛି ପରିକ୍ରମା କରିବ। ପରେ ଏହା ମହାକାଶର ‘ଏଲ୍-ୱାନ’ ପଏଣ୍ଟକୁ ଯାତ୍ରା କରିବ। ଏହି ଲଞ୍ଚ ପାଇଁ ଶୁକ୍ରବାର ଅପରାହ୍ଣରେ କାଉଣ୍ଟ ଡାଉନ ଆରମ୍ଭ ହୋଇଥିଲା।

‘ଆଦିତ୍ୟ ଏଲ୍-ୱାନ’ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଏକ ‘ହାଲୋ ଅର୍ବିଟ’ରେ ସୂର୍ଯ୍ୟ ଚାରିପଟେ ଘୁରିବ। ଏହା ସୂର୍ଯ୍ୟର ଗଠନ, ଶକ୍ତି, ଉତ୍ତାପ ଏବଂ ଅନ୍ୟାନ୍ୟ ଆଭିମୁଖ୍ୟକୁ ଅଧ୍ୟୟନ କରିବ। ଏହାସହ ମିଶନରେ ସୂର୍ଯ୍ୟରୁ ବାହାରୁଥିବା ଅତି ବାଇଗେଣି ରଶ୍ମୀ ଓ ଅନ୍ୟାନ୍ୟ ଆଲୋକ ଶକ୍ତିର ପୃଥିବୀ ତଥା ଆଖପାଖର ଗ୍ରହ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଗବେଷଣା କରାଯିବ।

‘ଏଲ୍-ୱାନ’ ପଏଣ୍ଟର ଦୂରତା ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର। ଉତକ୍ଷେପଣ ପରେ ଏହି ପଏଣ୍ଟକୁ ଯାତ୍ରା ପାଇଁ ପ୍ରାୟ ୧୨୦ ଦିନ ସମୟ ଲାଗିବ। ‘ଏଲ୍-ୱାନ’ ପଏଣ୍ଟରେ ସୂର୍ଯ୍ୟ ପରାଗର କୌଣସି ପ୍ରଭାବ ପଡ଼ୁନଥିବାରୁ, ଏଠାରେ ରହି ସୂର୍ଯ୍ୟ ଉପରେ ଗବେଷଣା ଜାରି ରଖିବାକୁ ସୁବିଧା ହେବ।

Tags: #ISRO #AdityaL1Mission #StudyofSun #SpaceExploration #India

Comment