ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୬ ତାରିଖ, ଶନିବାର ଦିନ କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ। ଖାନନଗରସ୍ଥିତ ଏହି ନୂତନ ବସ୍ ଟର୍ମିନାଲକୁ ଅପରାହ୍ଣ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କଟକ ସନସାଇନ ପଡ଼ିଆଠାରେ ହେଲିପ୍ୟାଡ ବ୍ୟବସ୍ଥା କରାଯାଇଛି। ହେଲିପ୍ୟାଡଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ପୋଲିସ ଛାଉଣୀ କରାଯିବ। ଏଥିପାଇଁ ଶୁକ୍ରବାର ଦିନ କାରକେଡ ଅଭ୍ୟାସ କରାଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ,  ୧୦୦ ପୋଲିସ ଅଧିକାରୀ ମୁତୟନ ରହିବେ। ଏହି ସମୟରେ ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ଗତ ୨୦୨୧ ମସିହା ଜାନୁଆରି ୨୩ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏହି ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଟର୍ମିନାଲରେ ବସ୍ ବେ’ ସହ ସମସ୍ତ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନଙ୍କ ଯାତାୟତ ସୁବିଧା ସହ ନିର୍ଦ୍ଧାରିତ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି।

Tags: #Netajibusterminal #inauguration #cmodisha #odisha #cuttack

Comment