ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦିନ ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ। ସେପ୍ଟେମ୍ବର ୨୧ ପରିବର୍ତ୍ତେ ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୨ ତାରିଖ ସକାଳ ୯ଟା ୩୦ ମିନିଟରେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚିଥିବା ଜଣାପଡ଼ିଛି।

ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏହା ନୂଆଁଖାଇ ପରଦିନ ଥିବାରୁ ୨୧ ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନରେ ସାମିଲ ହେବେ ନାହିଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ କୁହାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନ ପୂର୍ବରୁ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।

ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲିପଡ଼ିଛି। ଖାଲିପଡ଼ିଥିବା ଏହି ପଦବୀ ପାଇଁ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ନିର୍ବାଚନ ହେବ। ସେପ୍ଟେମ୍ବର ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ।

Tags: #Odishaassembly #Monsoonsession #speakerelection #odisha

Comment