ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ଵତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନକୁ ବିଦାୟ ଦେବା ପୂର୍ବରୁ ଏହାର ସେଣ୍ଟ୍ରାଲ ହଲରେ ଏକ ସମାରୋହ ଆୟୋଜନ କରାଯାଇଛି। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ସଂସଦ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପରେ ମଙ୍ଗଳବାର ଅପରାହ୍ଣ ୨ଟା ବେଳେ ନୂଆ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହେବ।

ପୁରୁଣା ସଂସଦ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ରାଜ୍ୟସଭାରେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନିଜର ବକ୍ତବ୍ୟ ରଖିଛନ୍ତି।

ସେହିପରି ବର୍ତ୍ତମାନ ଲୋକସଭାରେ ସର୍ବାଧିକ ସମୟ ଯାଏଁ ନେତା ଭାବେ ବିଜେପି ସାଂସଦ ମେନକା ଗାନ୍ଧୀ ଏବଂ ରାଜ୍ୟସଭାର ବରିଷ୍ଠତମ ସାଂସଦ ଭାବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବେ।

ଅନ୍ୟପଟେ ସଂସଦର ଉଭୟ ଗୃହରେ ସର୍ବାଧିକ ସମୟ ଯାଏଁ ସାଂସଦ ଥିବା ବ୍ୟକ୍ତି ଭାବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମଧ୍ୟ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି। ସେଣ୍ଟ୍ରାଲ ହଲରେ କାର୍ଯ୍ୟକ୍ରମ ପୂର୍ବରୁ ସବୁ ସଂସଦମାନଙ୍କୁ ନେଇ ଫଟୋ ସେସନ ହୋଇଥିଲା।

Tags: #NewParliamentBuilding #SpecialSession #OldParliament #India

 

Comment