ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ବାଚସ୍ପତି ପଦବୀ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ବୋଲି ଯେଉଁ ପ୍ରଶ୍ନ ଉଠୁଥିଲା ଦଳ ପକ୍ଷରୁ ବରିଷ୍ଠ ମହିଳା ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାଁ ଘୋଷଣା ପରେ ସେଥିରେ ପୂର୍ଣ୍ଣଛେଦ ପଡ଼ିଥିଲା।

ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ ଓ ଶନିବାର ସକାଳ ସାଢ଼େ ୯ଟାରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେବ।

ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଏହି ଆସନ ପାଇଁ ନିର୍ବାଚନ ହେବ।

ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି। ସେ ଏକାଧିକ ଥର ମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି।

ଦଳର ଅଭିଜ୍ଞ ତଥା ବରିଷ୍ଠ ନେତ୍ରୀ ହେଉଛନ୍ତି ପ୍ରମିଳା ମଲ୍ଲିକ। ଏହି ନିର୍ବାଚନ ଜିତିଲେ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି।

Comment