ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଫିଜିଓଲୋଜି ବା ମେଡିସିନ କ୍ଷେତ୍ର ପାଇଁ କାଟଲିନ କାରିକୋ ଓ ଡ୍ରିଉ ୱିଜମ୍ୟାନଙ୍କୁ ମିଳିବ ନୋବେଲ ପୁରସ୍କାର।
ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ ଏହି ସମ୍ମାନ ମିଳିଛି। ନ୍ୟୁକ୍ଲିଓସାଇଡ ବେସ୍ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ଉଭୟ ବୈଜ୍ଞାନିକଙ୍କୁ ମିଳିବ ନୋବେଲ। ଏହି ଆବିଷ୍କାର କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକଶିତ କରିବାରେ ସହାୟକ ହୋଇଥିଲା।
Tags: #NobelPrize #KatalinKariko #DrewWeissman #mRNA #CovidVaccine