ଓଡ଼ିଶାଲାଇଭ୍ ବ୍ୟୁରୋ

ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅର ପାଇବେ ଫିଜିକ୍ସ ନୋବେଲ ପୁରସ୍କାର

ଘୋଷଣା ହୋଇଛି ଚଳିତବର୍ଷର ନୋବେଲ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାମ। ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ କ୍ରାଉଜ(Ferenc Krausz), ଆନୀ ଏଲ’ହୁଇଲିଅର(Anne L’Huillier)ଙ୍କୁ ମିଳିବ ଫିଜିକ୍ସ ନୋବେଲ ପୁରସ୍କାର।

ପଦାର୍ଥରେ ଇଲେକ୍ଟ୍ରୋନ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ ଦିଆଯିବ। ନୋବେଲ ଘୋଷଣା କରୁଥିବା ଟିମ କହିଛନ୍ତି, “ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ”।

Tags: #NobelPrize #PierreAgostini #FerencKrausz #AnneL’Huillier #NobelPrizeInPhysics  

Comment