ଓଡ଼ିଶାଲାଇଭ୍ ବ୍ୟୁରୋ

ପଦାର୍ଥ ବିଜ୍ଞାନ ପାଇଁ ମଙ୍ଗଳବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ତିନିଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିବ। ଜେମସ୍ ପେବଲ୍ସ, ମାଇକେଲ୍ ମେୟର ଓ ଡ୍ୱିଡେର କ୍ୱେଲେଜଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ଜେମସ୍ ପେବଲ୍ସ ୧୯୩୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର କାନାଡାରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ମାଇକେଲ ମେୟର ୧୯୪୨ ମସିହାରେ ସ୍ୱିଜରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଡ୍ୱିଡେର କ୍ୱେଲେଜ୍ ମଧ୍ୟ ସ୍ୱିଜରଲ୍ୟାଣ୍ଡରେ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟ ବର୍ତ୍ତମାନ ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

Comment