ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରକାଶ ପାଇଛି କୋଶ୍ଚିନ ବ୍ୟାଙ୍କ। ଏଥିରେ ଯୁକ୍ତ ୨ ପାଠ୍ୟକ୍ରମର ବିଭିନ୍ନ ବିଷୟର ପ୍ରଶ୍ନ ଉତ୍ତର ରହିଛି। ପରୀକ୍ଷାର୍ଥୀମାନେ ଏହି କୋଶ୍ଚିନ ବ୍ୟାଙ୍କରୁ ବିଭିନ୍ନ ପ୍ରଶ୍ନ ନେଇ ୨୦୨୪ ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ।

ପ୍ରଥମ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ), ରସାୟନ ବିଜ୍ଞାନ (କେମିଷ୍ଟ୍ରି), ଗଣିତ ଓ ଜୀବ ବିଜ୍ଞାନ ବିଷୟର ପ୍ରଶ୍ନ ଏହି କୋଶ୍ଚିନ ବ୍ୟାଙ୍କରେ ଉପଲବ୍ଧ ହୋଇଛି। ସିଏଚଏସଇ ବୋର୍ଡର ୱେବସାଇଟରେ କୋଶ୍ଚିନ ବ୍ୟାଙ୍କ ଉପଲବ୍ଧ ଅଛି।

ସେହିପରି ଆଗକୁ ଅନ୍ୟ ବିଷୟର ପ୍ରଶ୍ନ ମଧ୍ୟ ଏହି କୋଶ୍ଚିନ ବ୍ୟାଙ୍କରେ ଛଡ଼ାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ସିଏଚଏସଇ ୱେବସାଇଟରୁ ବିଭିନ୍ନ ବିଷୟର ପ୍ରଶ୍ନ ଡାଉନଲୋଡ କରିପାରିବେ।

ପ୍ରତିବର୍ଷ ସିବିଏସଇ ଓ ଆଇସିଏସଇ ବୋର୍ଡ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ଜାରି କରାଯାଇଥାଏ। ଏହା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତିରେ ସହାୟକ ହୋଇଥାଏ।

Tags: #PlusTwoExamination #QuestionBank #Students #CHSE #Education #Odisha

Comment