ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନହେବାରୁ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଦିନ ଏହି ଜୋରିମାନା ଆଦେଶ ଦେଇଛନ୍ତି ହାଇକୋର୍ଟ।

ବିଧାୟକ ମହମ୍ମଦ ମୋକିମଙ୍କୁ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଦେବା ଲାଗି କୁହାଯାଇଥିଲା। କିନ୍ତୁ କୋର୍ଟରେ ହାଜର ହେବା ପାଇଁ ଅଧିକ ସମୟ ଦେବାକୁ ବିଧାୟକଙ୍କ ଓକିଲ ଆବେଦନ କରିଥିଲେ। ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୭ ତାରିଖରେ କୋର୍ଟରେ ହାଜର ହେବା ଲାଗି ବିଧାୟକ ମୋକିମଙ୍କୁ ନିର୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଗତ ଅଗଷ୍ଟ ୪ ତାରିଖରେ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ନହେବାରୁ ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ।

Tags: #odishahighcourt #mohammedmoquim #cuttack #politics #odisha

LEAVE A REPLY

Please enter your comment!
Please enter your name here