ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଆରମ୍ଭ ହେଲା ଭାରତ-ପାକିସ୍ତାନ ମହାମୁକାବିଲା। ମ୍ୟାଚ ପାଇଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ କ୍ରିକେଟପ୍ରେମୀଙ୍କ ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଛି। ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ନିଜର ଅଷ୍ଟମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ।

ସେହିପରି ପାକିସ୍ତାନର ଓପନିଂ ଯୋଡ଼ି ଅବଦୁଲ୍ଲା ସାଫିକ୍‌ ଓ ଇମାମ ଉଲ ହକ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ପ୍ରଥମେ ବୋଲିଂ ଆଟାକ ଆରମ୍ଭ କରିଛନ୍ତି।

ଏହି ମ୍ୟାଚରେ ଭାରତୀୟ ଦଳରେ ଇଷାନ କିଶନଙ୍କ ସ୍ଥାନରେ ଶୁଭମନ ଗିଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲୀ, ଶ୍ରେୟସ ଆୟାର, କେ ଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ୍ ଠାକୁର, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାହ ସାମିଲ ଅଛନ୍ତି।

ଅନ୍ୟପଟେ ପାକିସ୍ତାନ ଦଳରେ ଅଧିନାୟକ ବାବର ଅଜାମଙ୍କ ନେତୃତ୍ଵରେ ଅବଦୁଲ୍ଲା ସାଫିକ୍‌, ଇମାମ୍‌ ଉଲ୍‌ ହକ୍‌, ମହମ୍ମଦ ରିଜ୍ଜୱାନ, ସାଉଦ ସକିଲ୍‌, ଇଫତିକାର୍‌ ଅହମ୍ମଦ, ସଦାବ ଖାନ, ମହମ୍ମଦ ନୱାଜ, ହାସନ୍‌ ଅଲ୍ଲି, ଶାହିନ ଆଫ୍ରିଦି ଓ ହାରିସ୍‌ ରୌଫ ଖେଳୁଛନ୍ତି।

Tags: #ICCCricketWorldCup #IndiavsPakistan #Cricket #NarendraModiStadium #Sports

Comment