ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଚାଲିଛି ଭାରତ-ପାକିସ୍ତାନ ମୁକବିଲା। ଏଥିରେ ପ୍ରଥମ ଇନିଂସରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନକୁ ୧୯୧ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ।  

ମ୍ୟାଚ ଆରମ୍ଭରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପାକିସ୍ତାନ ପକ୍ଷରୁ ଓପନିଂ ଯୋଡ଼ି ଅବଦୁଲ୍ଲା ସାଫିକ୍‌ ଓ ଇମାମ ଉଲ ହକ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ଦଳ ଦଳ ବିପର୍ଜୟର ସାମ୍ନା କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ପ୍ରଥମ ୱିକେଟ ନେଇଥିଲେ।

ପାକିସ୍ତାନ ୭୩ ରନରେ ୨ଟି ୱିକେଟ ହରାଇବା ପରେ ପାକିସ୍ତାନ ଅଧିନାୟକ ବାବର ଅଜାମ ଓ ମହମ୍ମଦ ରିଜୱାନଙ୍କ ମିଶି ଦଳର ସ୍ଥିତି ସମ୍ଭାଳି ଥିଲେ। ଏହାପରେ ଦଳୀୟ ସ୍କୋର ୧୫୫ ଥିବାବେଳେ ବାବର ୫୦ ରନ କରି ଆଉଟ ହୋଇଥିଲେ।

ବାବରଙ୍କ ପରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ ଖସିବାକୁ ଲାଗିଲା। ଶେଷରେ ଦଳ ୪୨.୫ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଥିଲା। ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମରାହ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଏବେ ମ୍ୟାଚର ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଥିବା ଶୁଭମନ ଗିଲ ୧୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ବିରାଟ କୋହଲୀ ବ୍ୟାଟିଂ କରିବାକୁ ଆସିଛନ୍ତି।   

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ମ୍ୟାଚର ପ୍ରଥମ ଇନିଂସକୁ ବହୁତ ଉପଭୋଗ କରିଛନ୍ତି। ଭାରତ ଏହି ମ୍ୟାଚ ଜିତି ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ହାସଲ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।  

 Tags: #ICCCricketWorldCup #IndiavsPakistan #Cricket #NarendraModiStadium #Sports

Comment