ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଥିବା ସବୁ ୭,୫୭୯ଟି ମିନି ଅଙ୍ଗନବାଡ଼ି ଏବେ ନିୟମିତ ଅଙ୍ଗନବାଡ଼ି କେନ୍ଦ୍ର ଭାବେ ଉନ୍ନୀତ ହୋଇଛି। ଏନେଇ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ଵାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ଏହି ୭,୫୭୯ଟି କ୍ଷୁଦ୍ର ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ଅର୍ଥରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ କିଣାଯିବ।

ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରିବେ। ବାକି ୧୮ କୋଟି ୮୦ ଲକ୍ଷ ଟଙ୍କା କେନ୍ଦ୍ର ସରକାର ବହନ କରିବେ।  

ରାଜ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣର ଯତ୍ନ ନିମନ୍ତେ କାର୍ଯ୍ୟ କରୁଛି। ଏହାସହ ଶିଶୁମାନେ ଏଠାରେ ପ୍ରାରମ୍ଭିକ ଶିକ୍ଷା ମଧ୍ୟ ପାଇଥାନ୍ତି।  

Tags: #AnganwadiCenter #Children #Nutrition #Education #Odisha

Comment