ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବ୍ରିଜେଶ ରାୟଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି।

ସେହିପରି ଅରୁଣ ରାୟ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏହା ସହ ଅମୃତ ମୋହନ ପ୍ରସାଦ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତ ହୋଇଥିବାବେଳେ ଲଳିତ ଦାସଙ୍କୁ ଏଚଆରପିସି ଏଡିଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଉମାଶଙ୍କର ଦାସଙ୍କୁ ଏସଆଇଡବ୍ଲ୍ୟୁ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ଦିନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସ୍ତରରରେ ଏହି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

ମଙ୍ଗଳବାର ଦିନ ଜେଲ ବିଭାଗ ଡିଜି ଥିବା ମନୋଜ ଛାବ୍ରାଙ୍କର କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଅମୃତ ମୋହନ ପ୍ରସାଦଙ୍କୁ ଅବସ୍ଥାପିତ କରାଯାଇଛି।

Tags: #IPSReshuffle #Odisha #OdishaGovt

LEAVE A REPLY

Please enter your comment!
Please enter your name here