ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ କୁମାର ଜେନା। ପ୍ରତ୍ୟକ୍ଷ ଭାବେ ହାଜର ନହୋଇ ନିଜ ଓକିଲଙ୍କ ଜରିଆରେ ମଙ୍ଗଳବାର ଦିନ ନିଜ ପକ୍ଷ ରଖିଛନ୍ତି ପ୍ରତାପ ଜେନା।

ଆଇପିସି ଧାରା ୨୦୫ରେ ଆବେଦନ କରି ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ଲାଗି ବିଧାୟକ ପ୍ରତାପ କୁମାର ଜେନା କୋର୍ଟଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏହାକୁ ପ୍ରତିପକ୍ଷ ଓକିଲା ବିରୋଧ କରିବା ସହ ଏହାକୁ ଗ୍ରହଣ ନକରିବାକୁ ଆବେଦନ କରିଛନ୍ତି।

ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ କୋର୍ଟରେ ହାଜର ହେବା ଲାଗି ଗତ ଅକ୍ଟୋବର ୩୧ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ସ୍ଵତନ୍ତ୍ର ମେସେଞ୍ଜର ଜରିଆରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ଦେଇଥିଲେ।

ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ କୁମାର ବରାଳ କରିଥିବା ଅଭିଯୋଗ ଆଧାରରେ କୋର୍ଟ ଏହି ସମନ କରାଯାଇଥିଲା। ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ମାହାଙ୍ଗା ବିଧାୟକ ପ୍ରତାପ କୁମାର ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଏତଲାରେ ଦର୍ଶାଯାଇଥିଲା। ତେବେ ଚାର୍ଜସିଟ ଦାଖଲ ବେଳେ ବିଧାୟକଙ୍କ ନାଁକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଗତ ସେପ୍ଟେମ୍ବର ୨୫ ତାରିଖରେ ପ୍ରତାପ କୁମାର ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି କୋର୍ଟ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଏବଂ ଧମକ୍ ଆଦି ଦେଇଥିବା ଦଫାରେ ମାମଲା ସହ ଏହି ମାମଲାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଚାଲୁ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ।

ମାହାଙ୍ଗା ଡବଲ ମର୍ଡର ମାଲାରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଗତ ୨୦୨୨ ଡିସେମ୍ବର ୯ ତାରିଖରେ ଭୁବନେଶ୍ଵରର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପରେ ମୃତ ରମାକାନ୍ତଙ୍କ ଭାଇ ରଞ୍ଜନ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ ଲାଗି ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ।

ଗତ ୨୦୨୧ ଜାନୁଆରି ୨ ତାରିଖ ରାତିରେ ଘଟିଥିଲା ମାହାଙ୍ଗା ଡବଲ ମର୍ଡର ଘଟଣା। ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ।

ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇଛି। ଏତଲା ଅନୁଯାୟୀ ୧୩ ନମ୍ବର ଅଭିଯୁକ୍ତ ହେଉଛନ୍ତି ପ୍ରତାପ କୁମାର ଜେନା।

Tags: #PratapKumarJena #MahangaDoubleMurderCase #JMFCCourt #MLAPratapJena #CourtSummon

Comment