ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଦୁଇ ସପ୍ତାହର ମହଲତ ମିଳିଛି। ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ କୁମାର ଜେନା ନିଜ ଓକିଲଙ୍କ ଜରିଆରେ କରିଥିବା ଆବେଦନ ଉପରେ ଶୁଣାଣି କରିବା ପାଇଁ କୋର୍ଟ ଏହି ସମୟ ଦେଇଛନ୍ତି।

ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇବା ସହ ଏହି ମାମଲାରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ଲାଗି ଆବେଦନ କରିଥିଲେ। ଏହା ପରେ କୋର୍ଟ ଦୁଇ ସପ୍ତାହର ମହଲତ ଦେଇଛନ୍ତି। ଆସନ୍ତା ନଭେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: #PratapKumarJena #MahangaDoubleMurderCase #JMFCCourt #MLAPratapJena #CourtOrder

Comment