ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଘଟଣାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏନେଇ ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ୱର ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଛି।  

ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ୩୧ ତାରିଖରେ ହାଇକୋର୍ଟ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା। ସାଲେପୁର ଜେଏମଏଫସି କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର ଜେଏମଏଫସି କୋର୍ଟ। ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧମକ ଆଦି ଦଫାରେ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ। ଏଥିସହ ହାଜର ପାଇଁ ସମନ ଜାରି କରିଥିଲେ। କୋର୍ଟଙ୍କ ଏହି ରାୟକୁ ବେଆଇନ ଦର୍ଶାଇ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା। ବର୍ତ୍ତମାନ ଏହି ମାମଲାରେ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

#PratapKumarJena #MahangaDoubleMurderCase #JMFCCourt #MLAPratapJena #CourtOrder

LEAVE A REPLY

Please enter your comment!
Please enter your name here