ଓଡ଼ିଶାଲାଇଭ୍ ବ୍ୟୁରୋ

ସାଲୁଗା ପ୍ରଧାନ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚତନ ହୋଇଛନ୍ତି। ମଙ୍ଗଳବାର ଦିନ ବିଧାନସଭାର ଷୋଡ଼ଶ ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା।

ନଭେମ୍ବର ୮ ତାରିଖରେ ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତି ସିଂ। ଖାଲିପଡ଼ିଥିବା ଏହି ପ୍ରଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେଡିର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ମଙ୍ଗଳବାର ଦିନ ସାଗୁଲା ପ୍ରଧାନ ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ବିଜେପି ଏବଂ କଂଗ୍ରେସ ବିଧାୟକମାନେ ମଧ୍ୟ ନୂତନ ଉପବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Tags: #Politics #OdishaPolitics #SalugaPradhan #Election #DeputySpeakerElection #OdishaAssembly #Odisha

LEAVE A REPLY

Please enter your comment!
Please enter your name here