ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗୃହରେ ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବତନ ବାଚସ୍ପତି ସ୍ଵର୍ଗତ ମହେଶ୍ୱର ମହାନ୍ତି, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ କୁମାର ଦାସ, ପୂର୍ବତନ କନଷ୍ଟେବଳ ବିଏସଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୋକପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ ଜଣାଇବା ଦିବଙ୍ଗତ ନେତାଙ୍କ ପାଇଁ ଗୃହରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହର ସମସ୍ତ ସଦସ୍ୟ। ଉଭୟ କୋଶଳୀ ଓ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି।

Tags: #Politics #OdishaPolitics # #OdishaAssemblyWinterSession #AssemblyHouseAdjourned #Odisha

LEAVE A REPLY

Please enter your comment!
Please enter your name here