ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗତ ୫ ବର୍ଷ ମଧ୍ୟରେ ୨୫,୯୩୪ ଜଣଙ୍କର ଜୀବନ ଯାଇଛି। ଦୁର୍ଘଟଣାରେ ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି। ବିଧାୟିକା କୁସୁମ ଟେଟେଙ୍କ ପଶ୍ନର ଉତ୍ତର ଦେଇ ଏହିଭଳି କହିଛନ୍ତି ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।

ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୨୨ ମସିହାରେ ଦୁର୍ଘଟଣାରେ ୫ ହଜାର ୪୬୭ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ୧୧,୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦,୧୦୩ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି।

ରାଜ୍ୟ ସରକାର ସଡ଼କ ସୁରକ୍ଷା ସଚେତନତା ବାବଦରେ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

Tags: #Odisha #Accident #AccidentalDeath #DeathRecord #RoadSafetyAwareness #OdishaAssemblyWinterSession

LEAVE A REPLY

Please enter your comment!
Please enter your name here