ଓଡ଼ିଶାଲାଇଭ୍ ବ୍ୟୁରୋ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଗେଇ ପାରୁନି ବିଧାନସଭା ଶୀତ ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଗୁରୁବାର ହେଉଛି ତୃତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ହୋହାଲ୍ଲା କରିବାରୁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

ବିଧାନସଭା ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କୀତ କ୍ୟାବିନେଟରେ ନିଷ୍ପତ୍ତି ଏବଂ ସ୍ଥଗିତ ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟ ଚାଲିନପାରିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ଏହା ପୂର୍ବରୁ ବୁଧବାର ଦ୍ଵିତୀୟ ଦିନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବାରୁ ୩ ଥର ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଧାନସଭା ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା। ତେଣୁ ପୁନର୍ବାର ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବଚସ୍ପତି।

Tags: #Politics #OdishaPolitics #OdishaAssemblyWinterSession #AssemblyHouseAdjourned #Odisha

LEAVE A REPLY

Please enter your comment!
Please enter your name here