ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ନିଷ୍ପତ୍ତିର ପୁନର୍ବିଚାର ହେବ। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଆଦିବାସିଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତ ଆଇନର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ସଂଶୋଧିତ ପ୍ରସ୍ତାବ ଅନୁସାରେ ଆଦିବାସୀମାନେ ଅଣଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଏବଂ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ଉଲ୍ଲେଖ ରହିଥିଲା। ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିବା ପରଠାରୁ ଏହାକୁ ନେଇ ଆରମ୍ଭ ହୋଇଥିବା ବିବାଦ।

ପୁନର୍ବାର ଏହି ନିଷ୍ପତ୍ତି ଉପରେ ତର୍ଜମା କରିବା ଲାଗି ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରାଯାଇଥିବା ଶୁକ୍ରବାର ଦିନ ହୋଇଥିବା କ୍ୟାବିନେଟ୍ ବୈଠକ ପରେ ବିଧାନସଭା ବାଚସ୍ପତିଙ୍କୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

Tags: #Odisha #Politics #OdishaGovt #TriballandTransferAct #OdishaAssemblySession

LEAVE A REPLY

Please enter your comment!
Please enter your name here