ଓଡ଼ିଶାଲାଇଭ୍ ବ୍ୟୁରୋ

ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଏବଂ ପୂଜକ ମୁହାଁମୁହିଁ ହେବାରୁ ଆଠଗଡ଼ସ୍ଥିତ ବାବା ଧବଳେଶ୍ଵରଙ୍କ ପୀଠରେ ତାଲା ପଡ଼ିଛି। ଫଳରେ ସକାଳୁ ମନ୍ଦିର ଆସିଥିବା ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି।

କାର୍ତ୍ତିକ ପଞ୍ଚକ ପାଇଁ ବାବା ଧବଳେଶ୍ଵରଙ୍କ ଦର୍ଶନ ପାଇଁ ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଶହ ଶହ ସଂଖ୍ୟାରେ ଭକ୍ତ। ମାତ୍ର କିଛି ସମୟ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ଵାରରେ ତାଲା ପକାଇ ଦେଇଥିଲେ ପୂଜକ। ଠାକୁରଙ୍କ ଦର୍ଶନ ପାଇଁ  ସକାଳ ପ୍ରାୟ ୮ଟାରୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ଭକ୍ତି।

ସନ୍ଧ୍ୟା ହୋଇଥିଲେ ମଧ୍ୟ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ଅଟକି ରହିଛନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତୁରନ୍ତ ମନ୍ଦିର ଦ୍ଵାର ଖୋଲିବାକୁ ନୋଟିସ୍ ଜାରି କରିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ନଗଲେ ଆଇଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଏପଟେ ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ବସିଛନ୍ତି ପୂଜକ। ବ୍ୟାରିକେଡ୍ ଯୋଗୁଁ ଦର୍ଶନ ବ୍ୟବସ୍ଥାରେ ଅସୁବିଧା ଉପୁଜୁଥିବା ପୂଜକ ଅଭିଯୋଗ କରିଛନ୍ତି।

Tags: #DhabaleswarTemple #Cuttack #Odisha

LEAVE A REPLY

Please enter your comment!
Please enter your name here