ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ମହୁଲିଆ ଗାଁ ମଝିସାହିରେ। ମୃତକମାନେ ହେଲେ ସ୍ଵର୍ଗତ ଲବ ମାଝିଙ୍କ ୬ ବର୍ଷର ଝିଅ ମାଳ ମାଝି ଓ ୨ ବର୍ଷର ପୁଅ କାର୍ତ୍ତିକ ମାଝି।

ଘରେ କାହାରିକୁ କିଛି ନଜଣେଇ ମାଳ ଏବଂ କାର୍ତ୍ତିକ ଶନିବାର ଦିନ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପରିବାର ଲୋକ ଦୁଇ ଛୁଆଙ୍କୁ ଘରେ ନଦେଖି ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା।

ମାଳ ଓ କାର୍ତ୍ତିକ ପୋଖରୀ ଆଡ଼କୁ ଯାଉଥିବା କିଛି ଗ୍ରାମବାସୀଙ୍କଠାରୁ ଶୁଣିବା ପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପିଲାମାନଙ୍କୁ ନିଜେ ପୋଖରୀରେ ଖୋଜିଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ କିଛି ସମୟ ଖୋଜାଖୋଜି କରିବା ପରେ ଦୁଇ ଶିଶୁଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଲବ ମାଝିଙ୍କ ସଂସାର ହସଖୁସିରେ ଚାଲିଥିଲା। କିଛି ମାସ ପୂର୍ବରୁ ଲବଙ୍କର ଦେହାନ୍ତ ହେଇଥିଲା। ଆଜି ଦୁଇ ଶିଶୁଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି।

Tags: #BrotherSisterDied #Pond #Baripada #Mayurbhanj #Odisha

LEAVE A REPLY

Please enter your comment!
Please enter your name here