ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୪ ମାସ ଜେଲରେ ରହି ମୁକୁଳିବା ପରେ ‘ଆଇନ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ। ମଙ୍ଗଳବାର ଦିନ ଝାରପଡ଼ା ଜେଲରୁ ବାହାରିବା ପରେ ଅର୍ଚ୍ଚନା ସିଧା ଭୁବନେଶ୍ୱର ସ୍ଥିତ ଘରକୁ ଯାଇଥିଲେ। ସେଠାରେ ସେ କ୍ୟାପିଟାଲ ଲ’ କଲେଜ ଯାଇ ପରୀକ୍ଷା ଦେଇଥିଲେ।

ପରୀକ୍ଷା ଦେବାକୁ ଆସିବା ବେଳେ ଅର୍ଚ୍ଚନା ଗଣମାଧ୍ୟମକୁ କହିଥିଲେ, “ମୁଁ ମୁଣ୍ଡ ନୁଆଁଇବା ପିଲା ନୁହଁ। କୋର୍ଟକୁ ସବୁ ତଥ୍ୟ ପ୍ରମାଣ ଦେବି। ମୋ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରାଯାଇଛି।”

ଜେଲ ଯିବା ସମୟରେ ମଧ୍ୟ ଅର୍ଚ୍ଚନା କହିଥିଲେ, ସେ ମୁହଁ ଖୋଲିଲେ ସାରା ଓଡ଼ିଶା ଦୋହଲିଯିବ। ଜେଲରୁ ମୁକୁଳିବା ପରେ ସେ ସେହିଭଳି କିଛି ଦୋହରାଇଛନ୍ତି। ତେବେ ଅର୍ଚ୍ଚନା କାହାର କେଉଁ ରହସ୍ୟ ଖୋଲିବେ ତା’ ଉପରେ ସମସ୍ତଙ୍କ ନଜର।

ବ୍ଲାକମେଲ କରି ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ ଗତ ୨୦୨୨ ମସିହା ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ଏହା ପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଅର୍ଚ୍ଚନାଗଙ୍କୁ ଗିରଫ କରିଥିଲା।

Tags: #ArchanaNag #LawExam #Bhubaneswar #odisha

LEAVE A REPLY

Please enter your comment!
Please enter your name here