ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ। ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି। ଏନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ପରୀକ୍ଷା ସୂଚୀ

  • ପେବ୍ରୁଆରି ୨୦ – ସାହିତ୍ୟ
  • ପେବ୍ରୁଆରି ୨୩ – ଇଂରାଜୀ
  • ପେବ୍ରୁଆରି ୨୬ – ଗଣିତ
  • ପେବ୍ରୁଆରି ୨୮ – ହିନ୍ଦୀ/ସଂସ୍କୃତ
  • ମାର୍ଚ୍ଚ ୨ – ବିଜ୍ଞାନ
  • ମାର୍ଚ୍ଚ ୪ – ସାମାଜିକ ବିଜ୍ଞାନ

ଚଳିତ ଶିକ୍ଷାବର୍ଷରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ସେହିପରି ୩,୦୩୭ ଜଣ ପରୀକ୍ଷାର୍ଥୀ ମାଧ୍ୟମା ପରୀକ୍ଷା ଦେବେ। ଏଥିପାଇଁ ସାରା ରାଜ୍ୟରେ ୨,୯୯୧ଟି ପରୀକ୍ଷା କେନ୍ଦ୍ର କରାଯିବ।

ପରୀକ୍ଷାର ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ପରୀକ୍ଷା ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ। ସବୁ ପରୀକ୍ଷା ଗୋଟିଏ ସିଟିଂରେ ହେବ। କେବଳ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟର ସମୟ ଦିଆଯିବ।

ସେହିପରି ମାର୍ଚ୍ଚ ୧୫ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Tags: #MatricExam #Education #Students #Examination #BSE #Odisha

Comment