ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ପରାଦ ତଳମୁହାଁ ହେବାସହ ପ୍ରବଳ ଥଣ୍ଡା ହେଉଛି। ବୁଧବାର ରାତିରେ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ବିଶେଷକରି ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରଭାବ ଅଧିକ ରହୁଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବୁଧବାର ରାତିରେ ଜି.ଉଦୟଗିରିରେ ୭ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାଛଡ଼ା ଫୁଲବାଣୀ ଓ କିରେଇରେ ୯ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଓଡ଼ିଶାର ଅନ୍ୟସ୍ଥାନଗୁଡ଼ିକ ମଧ୍ୟରେ କେନ୍ଦୁଝରରେ ୧୦.୨ ଡିଗ୍ରୀ, କୋରାପୁଟରେ ୧୦.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୬ ଡିଗ୍ରୀ, ଏବଂ ସେମିଳିଗୁଡ଼ାରେ ୧୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଅଧିକ ଶୀତ ପଡ଼ୁଥିବାରୁ ସକାଳୁ ଘନ କୁହୁଡ଼ି ଦେଖାଯାଉଛି। ଫଳରେ ଗାଡ଼ି ଚଳାଇବାରେ ଅସୁବିଧା ହେଉଛି। ଆହୁରି କିଛି ଦିନ ଯାଏଁ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #ColdWave #Winter #NightTemperature #WeatherUpdates #MCBBSR #Odisha

Comment