ଓଡ଼ିଶାଲାଇଭ୍ ବ୍ୟୁରୋ

୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ (ବିଜେଡି)। ଆଜି, ଡିସେମ୍ବର ୨୬ ତାରିଖ ହେଉଛି ବିଜେଡିର ପ୍ରତିଷ୍ଠା ଦିବସ।

ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇକେଲ ଶୋଭାଯାତ୍ରା, ଗଣଦୌଡ଼, ସାଧାରଣ ସଭା, ରକ୍ତଦାନ ଏବଂ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ କଟକ ଆନନ୍ଦଭବନ ପରିସରରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଆନ୍ଦଭବନଠାରୁ ଭୁବନେଶ୍ଵର ବିମାନ ବନ୍ଦର ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରିଥିଲା।

ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଦଳୀୟ ସାଂସଦ, ମନ୍ତ୍ରୀ, ନେତା ଏବଂ କର୍ମୀ। ଅନ୍ୟ ପଟେ ଭୁବନେଶ୍ଵର ଶଙ୍ଖଭବନରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଶଙ୍ଖ ଭବନ ସହ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳିରେ ବିଜେଡିର ପ୍ରତିଷ୍ଠା ପାଳନ କରାଯାଇଛି।

Tags: #Politics #Politicalparty #BJD #BJDFoundationDay #Odisha

Comment