ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲର ତୃତୀୟ ମହଲାରେ ଗତ ବର୍ଷ ଡିସେମ୍ବର ୨୯ ତାରିଖରେ ଏସିରେ ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଭାବେ ଆହତ ହୋଥିଲେ। ଆହତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୩୧ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ଜଟଣୀ ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ।

ଦିଲ୍ଲୀପଙ୍କ ଅକାଳ ବିୟୋଗକୁ ସହଜେ ଗ୍ରହଣ କରିପାରି ନଥିଲେ ପତ୍ନୀ ସୋନୁ। ସ୍ଵାମୀଙ୍କ ବିୟୋଗ ଖବର ଏତେ ଅସହ୍ୟ ହୋଇପଡ଼ିଥିଲା ଯେ, ସୋମବାର ଦିନ ସୋନୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଗତ ଦୁଇ ବର୍ଷ ତଳେ ଦିଲ୍ଲୀପ ଏବଂ ସୋନୁ ପରସ୍ପରକୁ ଭଲପାଇ ବିବାହ କରିଥିଲେ।

ରବିବାର ଦିନ ଦିଲ୍ଲୀପଙ୍କର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଭାଙ୍ଗି ପଡ଼ିଥିଲେ ପତ୍ନୀ ସୋନୁ। ଝିଅର ଅବସ୍ଥା ଦେଖି ସୋନୁଙ୍କୁ ବାପଘର ଲୋକ ସାଙ୍ଗରେ ନେଇ ଯାଇଥିଲେ। ନିଜ ଜୀବନ ହାରିବା ପାଇଁ ଦଉଡ଼ି ସହାୟତାରେ ଝୁଲି ପଡ଼ିଥିଲେ ସୋନୁ। ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #HiTechHospital #Bhubaneswar #GasExplosion #Odisha

Comment