ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ଖୋଲିଲା ରାଜଭବନ ଉଦ୍ୟାନ। ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ ସାଧାରଣ ଦର୍ଶକ। ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲା ରହିବ।

ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ ଦର୍ଶକ। ବିନା  ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିହେବ। କେବଳ ମୋବାଇଲ ଆପ୍ ପଞ୍ଜିକରଣ ମଧ୍ୟମରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ। ଦର୍ଶକଙ୍କୁ ଆକର୍ଷିତ କରିବ ୫୦୦ରୁ ଊର୍ଦ୍ଧ୍ଵ କିସମର ଫୁଲର ସମ୍ଭାର। କେବଳ ଫୁଲ ନୁହେଁ ବିଭିନ୍ନ ଔଷଧୀୟ ଗଛ ମଧ୍ୟ ଦେଖିବାକୁ ମିଳିବ।

Tags: #Odisha #Rajbhaban #RajbhabanGarden #Bhubaneswar

Comment