ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ପ୍ରଭାରୀମାନଙ୍କ ନାମ ଘୋଷଣା କରାଯାଇଛି।

ବିଜେପିର ବରିଷ୍ଠ ନେତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ଵ ଦିଆଯାଇଛି। ସେହିପରି ବିଜେପି ମହିଳା ମୋର୍ଚ୍ଚାର ପ୍ରଭାରୀ ଭାବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସି ମୋର୍ଚ୍ଚାର ପ୍ରଭାରୀ ଭାବେ ରାଜ୍ୟ ବିଜେପି ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି।

ଅନ୍ୟପଟେ ବିଜେପି କୃଷକ ମୋର୍ଚ୍ଚାର ପ୍ରଭାରୀ ଭାବେ ଗୋଲକ ପ୍ରସାଦ ମହାପାତ୍ର, ଅନୁସୁଚିତ ଜାତି (ଏସସି) ମୋର୍ଚ୍ଚାର ପ୍ରଭାରୀ ଭାବେ ରାଜ୍ୟ ବିଜେପି ସମ୍ପାଦକ ରମେଶ ସାହୁ ଏବଂ ଅନୁସୁଚିତ ଜନଜାତି (ଏସଟି) ମୋର୍ଚ୍ଚା ପ୍ରଭାରୀ ଭାବେ ସୁକେଶୀ ଓରାମଙ୍କୁ ଦାୟିତ୍ଵ ଦିଆଯାଇଛି।   

Tags: #OdishaBJP #MorchaPrabhari #Politics #Odisha

Comment