ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଜାନୁଆରି ୧୭ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ରବିବାର ଦିନ ବାରିପଦା ଷ୍ଟାଡିୟମ ପଡ଼ିଆଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବିଭିନ୍ନ ବ୍ଲକସ୍ତରରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାସ୍ତରରେ ଫୁଟୁବଲ, ଖୋଖୋ, କବାଡ଼ି, ହକି, କ୍ରିକେଟ ଓ ଭଲିବଲ ଆଦି ମୋଟ ୬ଟି ପ୍ରତିଯୋଗିତା ହୋଇଥିଲା।  

ଏହିଭଳି କାର୍ଯ୍ୟକ୍ରମର ଆୟୋଜନ ହେବା ଦ୍ୱାରା ଅନେକ ଲୁକାୟିତ ପ୍ରତିଭା ସାମ୍ମାନକୁ ଆସିବା ସହ ସେମାନଙ୍କଠାରେ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଭିନୀଲ ଭରଦ୍ୱାଜ କହିଛନ୍ତି।

ଉଦଯାପନୀ ଉତ୍ସବରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପୁରସ୍କୃତ କରିଥିଲେ।

Tags: #DistrictlevelSportscompetition #Mayurbhanj #AmaOdishaNabinOdisha #SportsCompetition #Odisha

Comment