ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଜୋଡ଼ାଠାରେ ପାଇପ ଲାଇନ ମରାମତି କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତଲକହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଏବଂ ଅର୍ଜୁନ ଲୋହାର।

କମାରଜୋଡ଼ାଠାରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ଏକ ଠିକା କମ୍ପାନି ଦ୍ଵାରା ପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲିଥିଲା। ମଙ୍ଗଳବାର ଦିନ କାମ ଚାଲିଥିବାବେଳେ ମାଟି ଅତଡ଼ା ଧସି ସେଠାରେ କାମ କରୁଥିବା ଦୁଇଜଣ ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Tags: #SoilCollapsed #Joda #Kendujhar #Death #PipelineProjectWork #Odisha

Comment