ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ନିର୍ବାଚନ ସମୟ। ରାଜ୍ୟରେ ଚାଲିଛି ଦଳରୁ ଇସ୍ତଫା ଓ ମିଶ୍ରଣ ପର୍ବ। ଏହାରି ମଧ୍ୟରେ ଗୁରୁବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଡ଼ସାହିର ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଦଳର ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

୨୦୦୯ ମସିହାରେ ମନୋରଞ୍ଜନ ସେଠୀ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସେ ବିଜେଡି ଛାଡ଼ିଥିଲେ। ପରେ ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଥିଲେ।

ତେବେ ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ବିଜେପିରୁ ଇସ୍ତଫା ଦେଇଥିବା କହିଛନ୍ତି। ମନୋରଞ୍ଜନ ସେଠୀ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BJD #BJP #ManoranjanSethi #Odisha #Mayurbhanj

LEAVE A REPLY

Please enter your comment!
Please enter your name here