ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଧଳାବଣି ଗ୍ରାମ ପଞ୍ଚାୟତର ଠୁକୁରୁଗୁଡ଼ା ଓ ପୋଡ଼ାଗଡ଼ ଗ୍ରାମ ପଞ୍ଚାୟତର ବୁନ୍ଦେଇପୋଷି ଜଙ୍ଗଲ ମଧ୍ୟରେ ୨୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ମୂଲ୍ୟର ଅଫିମ ଫସଲ ନଷ୍ଟ କରିଛି ଯଶିପୁର ଥାନା ପୋଲିସ। ପ୍ରାୟ ୧୩ ହଜାର ଅଫିମ ଗଛ କାଟି ତାକୁ ପୋଡ଼ି ଦିଆଯାଇଥିବା ମୟୂରଭଞ୍ଜ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଠୁକୁରୁଗୁଡ଼ା ଓ ବୁନ୍ଦେଇପୋଷି ଜଙ୍ଗଲରେ ବେଆଇନ ଭାବେ ଅଫିମ ଚାଷ କରାଯାଇଥିବା ସୂଚନା ମିଳିବା ପରେ  କରଞ୍ଜିଆ ଥାନା ଅଧିକାରୀଙ୍କ ନେତୃତ୍ଵରେ ଯଶିପୁର ପୋଲିସ, ଅବକାରୀ ବିଭାଗ ଏବଂ ଜଙ୍ଗଲ ବିଭାଗର ମିଳିତ ଭାବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଅଫିମ ଫସଲ ନଷ୍ଟ କରିଥିଲେ।

ପ୍ରାୟ ୨୮ ଡେସିମିଲ ଜମିରେ ଚାଷ ହୋଇଥିବା ୧୩ ହଜାରରୁ ଊର୍ଦ୍ଧ୍ଵ ଗଛ କାଟାଯିବା ପରେ ତା’କୁ ପୋଡ଼ି ଦିଆଯାଇଥିଲା। ଏନେଇ ଯଶିପୁର ଥାନାରେ ଦୁଇଟି ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

Tags: #Opium #IllegalOpiumFarming #MayurbhanPolice #Mayurbhanj #Odisha

LEAVE A REPLY

Please enter your comment!
Please enter your name here