ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ)ଗୁରୁବାର ସକାଳୁ ସକାଳୁ ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ କାଦୁଆଲବନ୍ଧ ନିକଟରେ।

ଗୁରୁବାର ସକାଳେ ଗୋଟିଏ ବାଇକ୍‌ରେ ଦୁଇଜଣ ଯୁବକ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ସହ କାଦୁଆଲବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ବାଇକ୍ ଓ ସ୍କୁଟି ଆରୋହୀ ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ। ସ୍କୁଟି ଏବଂ ବାଇକର ଅବସ୍ଥା ଦେଖି ଦୁର୍ଘଟଣାର ଭୟାବହତା ସମ୍ପର୍କରେ ଯେକେହି ଅନୁମାନ କରିପାରବେ।

ମୃତକମାନଙ୍କ ମଧ୍ୟରୁ ଜଣେ ଯଦୁନାଥପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁଡ଼ିଆଲବନ୍ଧ ଅଞ୍ଚଳର ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Accident #RoadAccident #Death #Mayurbhanj #Odisha

LEAVE A REPLY

Please enter your comment!
Please enter your name here