ଓଡ଼ିଶାଲାଇଭ୍ ବ୍ୟୁରୋ

ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଟକ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।

ଶୁକ୍ରବାର ଦିନ କୃଷ୍ଣଚନ୍ଦ୍ର ଏବଂ ମୟଙ୍କ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଦୁହେଁ ନଦୀ ସୁଅରେ ଭାସି ଯାଇଥିଲେ। କୃଷ୍ଣଚନ୍ଦ୍ର ଓ ମୟଙ୍କ ଭାସି ଯାଉଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 Tags: #Cuttack #Drowned #Death #BirupaRiver #Odisha

LEAVE A REPLY

Please enter your comment!
Please enter your name here