ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ନିର୍ବାଚନୀ ସଭାରେ ଯୋଗଦେବା ଅଭିଯୋଗରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନୂଆପଲ୍ଲୀ ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।

ଆଗାମୀ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଗତ କିଛି ଦିନ ତଳେ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ଏକ ରାଜନୈତିକ ଦଳର ସଭାରେ ଯୋଗ ଦେଇଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ନୂଆପଲ୍ଲୀ ଆଦିବାସୀ ହାଇସ୍କୁଲରୁ ହରଭଙ୍ଗା ବ୍ଲକର କେଲାକଟା ହାଇସ୍କୁଲକୁ ବଦଳି କରାଯାଇଛି।

ଏହା ପୂର୍ବରୁ ଗତ ୧୩ ତାରିଖରେ ଏକ ନିର୍ବାଚନୀ ରାଲିରେ ଯୋଗଦେବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିଲେ ନିର୍ବାଚନ ଅଧିକାରୀ।

Tags: #Politics #OdishaPolitics #TeacherTransferred #Odisha #Boudh

Comment