ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସ (ଆଇଏଏସ) ର ଗବେଷଣା ଓ ପ୍ରକାଶନକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ପ୍ରଶିକ୍ଷଣ ଶିବିରରେ ଓମାନ ସ୍ଥିତ ସୁଲତାନ କବୁସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ଶିକ୍ଷାବିତ ତଥା ଗବେଷକ ଡକ୍ଟର ଶିରଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ସମ୍ବଳିତ ଗବେଷଣା ଓ ଆଧୁନିକ ପ୍ରକାଶନ କ୍ଷେତ୍ରରେ ବିଭିନ୍ନ ତଥ୍ୟକୁ ନେଇ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଗବେଷଣା ଓ ଆଧୁନିକ ପ୍ରକାଶନ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ।

ଶିବିରରେ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକମରେରେ ଆଇଏଏସର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଅଧ୍ୟାପକ, ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ଦିନିକିଆ ଶିବିରକୁ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ରାଜୀବ କୁମାର ବେହେରା ଓ ଡକ୍ଟର ଅଂଶୁମାନ ଜେନା ପରିଚାଳନା କରିଥିଲେ।

Tags: #SOA #Workshop #ScientificResearchandPublication #Bhubaneswar

LEAVE A REPLY

Please enter your comment!
Please enter your name here