ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା ଶାନ୍ତି ପାଇଁ ନୋବେଲ ପୁରସ୍କାର। ଚଳିତ ବର୍ଷା ପାଇଁ ଜାପାନୀ ସଂସ୍ଥା ‘ନିହୋନ ହିଡାନକ୍ୟୋ’କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ ଏହି ସଂସ୍ଥା କାମ କରିବା ସହ ବିଶ୍ଵକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି।

ନରଓ୍ଵେ ନୋବେଲ କମିଟି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଲାଗି ମୋଟ ୨୮୬ ଜଣଙ୍କ ଆବେଦନ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଜାପାନୀ ସଂସ୍ଥା ‘ନିହୋନ ହିଡାନକ୍ୟୋ’ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ୨୦୨୩ ମସିହାରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

Tags: #NobelPrize #NobelPeacePrizeAward2024 #NihonHidankyo #JapaneseOrganizationNihonHidankyo

Comment