ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ହିନ୍ଦୀ ସିନେମା ‘ଜିଗରା’ ଇତି ମଧ୍ୟରେ ରିଲିଜ ହୋଇଯାଇଛି। ହେଲେ ବକ୍ସ ଅଫିସରେ ସିନେମାଟିକୁ ମିଳିପାରିନି ଆଖି ଦୃଶିଆ ସଫଳତା। ଗତ ୧୦ ବର୍ଷ ମଧ୍ୟରେ ଏହା ଆଲିଆଙ୍କର ସବୁଠାରୁ ଛୋଟ ଓପନିଂ ଫିଲ୍ମ ବୋଲି ଚର୍ଚ୍ଚା ହେଉଛି।

ପ୍ରଥମ ୱିକଏଣ୍ଡରେ ପାଖାପାଖି ୧୬ କୋଟି ନେଟ କଲେକ୍ସନ କରିପାରିଥିଲା ସିନେମା ‘ଜିଗରା’। ଚତୁର୍ଥ ଦିନରେ ହିଁ ଫିଲ୍ମର କଲେକ୍ସନ ୧.୭୫ କୋଟିରେ ଅଟକି ଯାଇଥିଲା।

‘ଜିଗରା’କୁ ସିନେ ସମୀକ୍ଷକଙ୍କ ମିକ୍ସ ରିଭ୍ୟୁ ମିଳିଥିଲେ ମଧ୍ୟ ବକ୍ସ ଅଫିସରେ ଫିଲ୍ମଟିକୁ ସେତିକି ସଫଳତା ମିଳିପାରି ନାହିଁ।

ଆକ୍ଟୋବର ପ୍ରାରମ୍ଭରେ ‘ଜିଗରା’ ଟିମ ସିନେମାର ପ୍ରମୋସନ ଆରମ୍ଭ କରିଥିଲେ। ୟୁଟ୍ୟୁବ ଚ୍ୟାନେଲ ଟ୍ରାଇଡ ଆଣ୍ଡ ଟେଷ୍ଟେଡ ପ୍ରଡକ୍ସନକୁ ଏକ ସାକ୍ଷାତକାର ଦେଇ ‘ଜିଗରା’ ନିର୍ଦ୍ଦେଶକ ଭାସନ ବାଲା ଏକ ବିବାଦୀୟ ବୟାନ ଦେଇଥିଲେ। ଭାସନଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖା ଦେଇଥିଲା।

ଭାସନ କହିଥିଲେ, ସିନେମାର କାହାଣୀ ଆଲିଆଙ୍କୁ ଆଖି ଆଗରେ ରଖି ଲେଖାଯାଇ ନଥିଲା। କାହାଣୀର ଏକ ରଫ୍ ସ୍କ୍ରିପ୍ଟ ସିନେ ପ୍ରଯୋଜକ କରଣ ଜୋହରଙ୍କ ପାଖକୁ ମେଲ୍ କରାଯାଇଥିଲା। ଏହାର ପ୍ରାୟ ୭ ଘଣ୍ଟା ପରେ କରଣ ଏହି ସ୍କ୍ରିପ୍ଟକୁ ଆଲିଆଙ୍କ ନିକଟକୁ ପଠାଇ ଦେଲେ। ସ୍କ୍ରିପ୍ଟର ସ୍ପେଲିଂ ଏବଂ ଗ୍ରାମର ଠିକ୍ କରିବାକୁ ମଧ୍ୟ ସମୟ ମିଳିନଥିଲା।

ଏହି ସାକ୍ଷାତକାର ପରେ ‘ଜିଗରା’ରେ ଆଲିଆଙ୍କୁ ନେବା ପାଇଁ ନିର୍ଦ୍ଦେଶକ ଭାସନ ବାଲା ଚାହୁଁ ନଥିଲେ, କିନ୍ତୁ କରଣ ଜୋହର ଆଲିଆଙ୍କ ନାଁ ସୁପାରିଶ କରିଥିବା ଚର୍ଚ୍ଚା ହୋଇଥିଲା। ଏହା ପରେ ପୁଣି ନେପୋଟିଜମ କଥା ଉଠିଥିଲା। ଅନ୍ୟପକ୍ଷେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ‘ଜିଗରା’କୁ ନେଇ ସ୍କ୍ରିପ୍ଟ ଚୋରି ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Tags: #HindiCinema #AliaBhatt #Jigra #Flop #BoxOffice

LEAVE A REPLY

Please enter your comment!
Please enter your name here