ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’। ସିରିଏଲ କିଲିଂକୁ ନେଇ ଏହି କ୍ରାଇମ ଥ୍ରିଲର ସିନେମା ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ଦର୍ଶକ। ସିନେମାଟିରେ ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ନିମ୍ବାଲକର।
ଉତ୍ତରପ୍ରଦେଶ ନୋଏଡାର ଗୌତମ ବୁଦ୍ଧନଗରସ୍ଥିତ ନିଠାରୀରେ ଘଟିଥିବା ହତ୍ୟା ଘଟଣାକୁ ନେଇ ମ୍ୟାଡ୍ଡକ ଫିଲ୍ମସ ଏବଂ ଷ୍ଟୁଡିସ ବ୍ୟାନରେ ନିର୍ମିତ ହୋଇଛି ସିନେମା ‘ସେକ୍ଟର-୩୬’। ସିନେମାଟି ଓଟିଟି ପ୍ଲାଟଫର୍ମରେ ସେପ୍ଟେମ୍ବର ୧୩ ତାରିଖରେ ରିଲିଜ ହେବାକୁ ଯାଉଛି।
ସିନେମାଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ବିକ୍ରାନ୍ତ ମେସି, ଦୀପକ ଡେବ୍ରିଆଲ ଏବଂ ଆକାଶ ଖୁରାନା। ୨୦୦୫ ମସିହାରେ ଘଟିଥିବା ନିଠାରୀ ସିରିଏଲ ହତ୍ୟାକାଣ୍ଡର ଟିକିନିଖ ଘଟଣା ସିନେମାଟିରେ ଦେଖିବାକୁ ମିଳିବ। ବିକ୍ରାନ୍ତଙ୍କୁ ଏହି ସିନେମାରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।
Tags: #NithariMurderCase #HindiCinema #Sector36 #CrimeThriller #Noida


















