ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ବି ବିଗତ ବର୍ଷମାନଙ୍କ ଭଳି ସ୍ୱତନ୍ତ୍ର ଅବସରରେ ଫିଲ୍ମ ରିଲିଜ୍‌ ହେବ। ଜାଣନ୍ତୁ କେଉଁ ଅବସରରେ କେଉଁ ଫିଲ୍ମ ମୁକ୍ତିଲାଭ କରିବ…

ସାଧାରଣତନ୍ତ୍ର ଦିବସ ଅବସରରେ ତିନିଟି ନୂଆ ହିନ୍ଦୀ ସିନେମା ରିଲିଜ୍ ହେବାକୁ ଯାଉଛି। ଏସବୁ ଫିଲ୍ମ ହେଲା ମଣି କର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍‌ସି, ଚିଟ୍ ଇଣ୍ଡିଆ ଏବଂ ଠାକ୍‌ରେ। ଏଗୁଡ଼ିକ ଜାନୁଆରୀ ୨୫ ତାରିଖରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି।

ପେବ୍ରୁଆରୀ ୧୪ ତଥା ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଗଲ୍ଲି ବୟ’ ରିଲିଜ୍ ହେବ। ଏଥିରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି।

ହୋଲି ଅବସରରେ ମାର୍ଚ୍ଚ ୨୧ ତାରିଖରେ ପରଦାକୁ ଆସୁଛି କରଣ ଜୋହର ପ୍ରଡକ୍ସନ୍‌ର ଅକ୍ଷୟ କୁମାର, ପରିଣିତି ଚୋପ୍ରା ଅଭିନୀତ ମୁଭି ‘କେଶରୀ’। ଗୁଡ୍ ଫ୍ରାଇଡ୍ ତଥା ଏପ୍ରିଲ୍ ୧୯ଅବସରରେ ଏକ ବଡ଼ ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ’ ରିଲିଜ୍ ହେବ। ଏଥିରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ବରୁଣ ଧୱନ୍, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟକପୁର ମୁଖ୍ୟ ଭୂମିକାରେ ଅଛନ୍ତି।

୨୦୧୯ ଇଦ୍‌ରେ ପୁଣି ଥରେ ସଲମାନ୍ ଖାନ୍‌ଙ୍କ ‘ଭାରତ’ ରିଲିଜ୍‌ ହେଉଥିବାର ସୂଚନା ମିଳୁଛି। ଏ ବର୍ଷ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ପଡ଼ୁଛି। ଅଗଷ୍ଟ ୧୫ ତାରିଖରେ ଦୁଇଟି ବହୁ ପ୍ରତୀକ୍ଷିତ ସିନେମା ରିଲିଜ୍‌ ହେବ। ଏଥିମଧ୍ୟରୁ ଗୋଟିଏ ହେଲା ସୁପରଷ୍ଟାର ଅକ୍ଷୟ କୁମାରଙ୍କର ‘ମିଶନ୍ ମଙ୍ଗଲ୍’ ଓ ଅନ୍ୟଟି ହେଲା ଜନ୍ ଆବ୍ରାହମଙ୍କ ଅଭିନୀତ ‘ବାଟ୍ଲା ହାଉସ୍’ ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ଦୁଇଟି ଫିଲ୍ମ ‘ଛି ଛୋରେ’ ଓ ମେଡଇନ୍ ଚାଇନା’ ରିଲିଜ୍‌ ହେବ। ଏଦୁଇଟି ସିନେମା ଅଗଷ୍ଟ ୩୦ ତାରିଖରେ ମୁକ୍ତିଲାଭ କରିବ।

୨୦୧୯ ଗାନ୍ଧି ଜୟନ୍ତୀ ଅବସରରେ ଏକ ବଡ଼ ଆକସନ୍‌ ମୁଭି ‘ମରଜାଓ୍ବାଁ’ ରିଲିଜ୍ ହେବ ବୋଲି ଜଣାଯାଇଛି। ଏଥିରେ ଦର୍ଶକ ପ୍ରଥମ ଥର ପାଇଁ ସୁପରଷ୍ଟାର୍ ହ୍ରିତିକ ରୋଶନ୍ ଓ ଟାଇଗର ଶ୍ରଫ୍‌ଙ୍କୁ ଦେଖିବାକୁ ପାଇବେ।

ଠିକ୍ ସେହିପରି ଦୀପାବଳିରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ସୁପର କମେଡି ମୁଭି ‘ହାଉସଫୁଲ୍-୪’। ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବବି ଦେଓଲ୍, କ୍ରିତି ସାନନ୍ ଓ ପୂଜା ହେଗଡ଼େ ପ୍ରମୁଖ ଅଛନ୍ତି।

ଗତ କିଛି ବର୍ଷ ହେବ ଖ୍ରୀଷ୍ଟମାସ ଅବସରରେ ମଧ୍ୟ ବଡ଼ ହିନ୍ଦୀ ସିନେମା ରିଲିଜ୍‌ ହେଉଛି। ୨୦୧୯ରେ ବଡ଼ ଦିନ ଅବସରରେ ଦୁଇ ଦୁଇଟି ବିଗ୍‌ ବଜେଟ୍‌ ମୁଭି ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ଗୋଟିଏ ହେଲା ରଣବୀର କପୁର, ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନ ଙ୍କ ‘ବ୍ରହ୍ମାସ୍ତ୍ର’। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅୟାନ୍ ମୁଖାର୍ଜୀ। ଅନ୍ୟଟି ହେଲା ହିଟ୍ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସୂର୍ଯ୍ୟବଂଶୀ’, ଯେଉଁଥିରେ ଅଭିନୟ କରୁଛନ୍ତି ଅକ୍ଷୟ କୁମାର।

Comment