ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ହେମକାନ୍ତ ସାଏ ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲାର ପ୍ରତ୍ୟେକ ପରିବାର, ଜନସାଧରଣ ସମ୍ମିଳିତ ସ୍ଥାନ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସମସ୍ତ ବିଦ୍ୟାଳୟର ହଷ୍ଟେଲଗୁଡ଼ିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ଜଳ ଯୋଗାଣ ଉପବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ହେମକାନ୍ତ ସାଏ।

ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକ ଯୋଗ ଦେଇଥିଲେ। ବୈଠକକୁ ବାରିପଦା ଜଳ ଯୋଗାଣ ନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ର ନାୟକ ସଞ୍ଚାଳନା କରିଥିଲେ।

Tags: #WaterandSanitationMission #ExecutiveandCoordinationCommitteeMeeting #DrinkingWater #WaterSupply #Mayubhanj

LEAVE A REPLY

Please enter your comment!
Please enter your name here