ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ମଙ୍ଗଳବାର ରାତିରେ ନୂଆଦିଲ୍ଲୀରେ ସେମାନଙ୍କ ବିବାହ ସଂପନ୍ନ ହୋଇଛି। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଓଡ଼ିଆ ପରମ୍ପରା ଅନୁସାରେ ଅନୁଭବ ଓ ଜାଗୃତିଙ୍କ ବିବାହ ହୋଇଥିଲା। ଅନୁଭବ ବରବେଶରେ ଏକ ଭିଣ୍ଟେଜ୍‌ କାର୍‌ରେ ଆସିଥିଲେ। ବିବାହ ପରେ ପରେ ଉଭୟ ରିସେପ୍‌ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

ଏହି ବିବାହ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ରାଜନେତା ତଥା ଓଡ଼ିଆ ସିନେ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

୨୦୧୯ ମସିହାରେ ଉଭୟଙ୍କ ଅନୁଭବ ଓ ଜାଗୃତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା। ଏହାପରେ ୨୦୨୫ରେ ଉଭୟେ ସାତ ଜନ୍ମର ସାଥୀ ସାଜିଛନ୍ତି।

ତେବେ ୨୦୧୪ ଫେବ୍ରୁଆରି ୮ତାରିଖରେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ଧରିଥିଲେ ଅନୁଭବ ମହାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ଏହାପରେ ଅନୁଭବ ୨୦୨୧ରେ ଦିଲ୍ଲୀ ପଟିଆଲା ହାଉସ୍‌ ପରିବାର ଅଦାଲତରେ ଛାଡ଼ପତ୍ର ଆବେଦନ କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟ, ହାଇକୋର୍ଟ ଓ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିବା ପରେ ୨୦୨୩ ଡିସେମ୍ବର ମାସରେ ଛାଡ଼ପତ୍ର ମଞ୍ଜୁର ହୋଇଥିଲା।

Tags: #AnubhavMohanty #JagrutiShukla #Wedding #NewDelhi

LEAVE A REPLY

Please enter your comment!
Please enter your name here