ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରାଯାଇପାରିବ ନାହିଁ ବୋଲି ଏକ ପ୍ରେସ୍ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଏହି ପ୍ରସଙ୍ଗରେ ମୁକ୍ତିମଣ୍ଡପ ପଣ୍ଡିତ ସଭାରୁ ଆସିଥିବା ମତାମତକୁ ମଧ୍ୟ ସେ ଏହି ପ୍ରେସ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ବିଗ୍ରହଙ୍କର ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’, ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର’ କିମ୍ବା ‘ନୀଳାଚଳ ଧାମ’ ଭାବରେ ନାମିତ କରାଯାଇପାରିବ ନାହିଁ।
Tags: #Shrimandira #GajapatiMaharaj #Shirkshetra #Jagannathdham #DighaJagannathTemple


















